ବିଶ୍ଵରେ କ’ ଣ ଘଟୁଛି | What in the World

By and | 1 October 2016

Translated from the English to the Odia by Prabhakar Palaka

ବିଶ୍ଵରେ କ’ ଣ ଘଟୁଛି ଓ କ’ ଣ ଘଟିବାକୁ ଯାଉଛି :

ଯେବେ ମଣିଷ ଅନ୍ୟର ରଙ୍ଗକୁ ଘୃଣାକରି, ତାର ଜାତିକୁ ଧ୍ଵଂସ କରୁଛି ତ
ପୃଥିବୀ ସମ୍ମତି ଜଣାଉଛ,
ଯେବେ ଜନତାଙ୍କ ଦେଶ ଉପରେ ଦାରିଦ୍ର୍ୟ ଓ ନୈରାଶ୍ୟ ସବାର ହେଉଛି,
ଯେବେ ୨୫ ଅଯୁତ ଲୋକଙ୍କ ଆଦର୍ଶକୁ ମୂଲ୍ୟହୀନ ବୋଲି କୁହାଯାଉଛି ,
ଏକ ଚିତ୍ର ର ମୂଲ୍ୟ ଯେବେ ଜଣେ ଶିଶୁର ଜୀବନଠାରୁ ମଧ୍ୟ ମୂଲ୍ୟବାନ ହେଇ ଉଠୁଛି,
ଯେବେ ଅନ୍ୟକୁ ବଞ୍ଚାଇବାକୁ ଯାଇ , ଜଣେ ମା ତାର ନିଜ ଛୁଆକୁ ବିକିଦେଉଛି,
ତେବେ ବିଶ୍ଵରେ କ’ ଣ ଘଟୁଛି ଓ କ’ ଣ ଘଟିବାକୁ ଯାଉଛି ।

ଯେବେ ମଣିଷଗଢା ବୋମା, ରକେଟ ଓ ମହାକାଶଚାରୀଙ୍କ କାର୍ଯକଳାପ
ପୃଥିବୀର ଅକ୍ଷକୁ ଆଘାତ କରୁଛି,
ପୃଥିବୀର ଅସନ୍ତୁଳନ ଯୋଗୁଁ ସୁନାମୀ, ଆଗ୍ନେୟଗିରି ଓ ଘୁର୍ନିବାତ୍ୟା,
ଆମ ମାତୃଭୂମୀ ତଥା ମନୁଷ୍ୟ ଜାତିକୁ ଯେବେ ବିନାଶ କରୁଛି ତ,
ବିଶ୍ଵରେ କ’ ଣ ଘଟୁଛି ଓ କ’ ଣ ଘଟିବାକୁ ଯାଉଛି :

ଯେବେ ମଣିଷ ଧରିତ୍ରୀ ମାଁ ର କାନ୍ଦଣା, ତାର ହୃଦୟର ବେଦନାକୁ ଶୁଣୁ ନାହିଁ ତ
ବିଶ୍ଵରେ ଯାହା ଘଟୁଛି, ହୁଏତ ତାହା ଧ୍ଵଂସ ଆଡକୁ ମୁହାଁଉଛି ।

 


This entry was posted in 76: DALIT INDIGENOUS and tagged , . Bookmark the permalink.

Related work:

Comments are closed.